ବାଙ୍କୀ କଲେଜରେ ନିଯୁକ୍ତି ମେଳା ପାଇଁ ପଞ୍ଜିକରଣ ଆରମ୍ଭ

ବାଙ୍କୀ କଲେଜରେ ନିଯୁକ୍ତି ମେଳା ପାଇଁ ପଞ୍ଜିକରଣ ଆରମ୍ଭ
ବାଙ୍କୀ, (କଳିଙ୍ଗ୭ନିୟୁଜ )୧୦ା୦୭- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରିଲିନ୍ ଫାଉଣ୍ଡେସନ୍ ତରଫରୁ ୨୦୨୬ ନିଯୁକ୍ତି ମେଳା ପାଇଁ ପଞ୍ଜିକରଣ ଆରମ୍ଭ କରାଯାଇଛି । ଆଜି ଠାରୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ପଞ୍ଜିକରଣ କରିପାରିବା ସହ ଆସନ୍ତା ମାସ ୬ତାରିଖରେ ମେଳା ଅନୁଷ୍ଠିତ ହେବବୋଲି ଫାଉଣ୍ଡେସନ୍ ତରଫରୁ ପ୍ରକାଶ । ଏହି କାର୍ଯ୍ୟକ୍ରମରେ ବାଙ୍କୀ କଲେଜର ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ଏଭଳି ନିଯୁକ୍ତି ମେଳା ଦ୍ୱାରା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ କମ୍ପାନୀମାନେ ନିଯୁକ୍ତିର ସୁଯୋଗ ପାଇପାରିବେ । ପ୍ରିଲିନ୍ ଫାଉଣ୍ଡେସନ୍‌ର ପରିଚାଳନା ନିର୍ଦ୍ଦେଶକ ସୁଭ୍ରାଲିନ୍ ମିଶ୍ର ଯୋଗଦେଇ ୩୦ ରୁ ଉର୍ଦ୍ଧ୍ୱ କମ୍ପାନୀ ନିଯୁକ୍ତି ମେଳାରେ ଭାଗ ନେବେ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ନିର୍ଦ୍ଦେଶକ ପ୍ରିୟବ୍ରତ ମହାନ୍ତି, ରାଜଗ୍ରୁପ୍ ଅଫ୍ କମ୍ପାନୀର ଅଧ୍ୟକ୍ଷ ସୁରଜ କେ.ରାଜ୍‌, ବାଙ୍କୀ କଲେଜର ପ୍ରଶାସନିକ ଅଧିକାରୀ ଡକ୍ଟର ଶିଶିଭୂଷଣ ମହାପାତ୍ର , ଉପାଧ୍ୟକ୍ଷ ଗାୟତ୍ରୀ ନାୟକ, କଲେଜ ପରିଚାଳନା କରିଷଦ ସଦସ୍ୟ ସମରେନ୍ଦ୍ର ମହାପାତ୍ର, ଅଧ୍ୟାପକ ଡକ୍ଟର ମୁକ୍ତିପଦ ପଣ୍ଡା ଯୋଗଦେଇ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏଥିରେ ନାମ ପଞ୍ଜିକରଣ କରିବା ସହ ନିଯୁକ୍ତିର ସୁଯୋଗ ପାଇପାରିବେ ବୋଲି ବକ୍ତବ୍ୟରେ କହିଥିଲେ । ଏହି ନିଯୁକ୍ତି ମେଳା ବାଙ୍କୀ କଲେଜରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବା ସହ ଏହାର ସୁଯୋଗ ବାଙ୍କୀ ଉପଖଣ୍ଡରେ ଥିବା ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗନେଇ ପାରିବେ ବୋଲି ଅତିଥିମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏଥିରେ ବାଙ୍କୀର ସମସ୍ତ ବୁଦ୍ଧିଜୀବୀ ଏବଂ ସାମ୍ବାଦିକମାନେ ଯୋଗଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ଗଗନ ଦାସ ସଂଯୋଜନା କରିଥିଲେ ।

Leave A Reply

Your email address will not be published.